Advertisment

ଅଧା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ !

ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Weather

SRCଙ୍କ ପକ୍ଷରୁ ୧୫ ଜିଲ୍ଲାକୁ ଆଲର୍ଟ କରାଯାଇଛି

କାଳବୈଶାଖୀ ଜନିତ ଝଡ଼ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା। ସେହିପରି କୁଆପଥର ମାଡ଼ ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି।  ତେବେ ଏସବୁ ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ SRC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  

Advertisment

ଛତିଶଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ଝଡ଼ବର୍ଷା ସମ୍ଭାବନା ରହିଛି ।

Advertisment

ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବ କମିବା ପରେ ତାତି ପୁଣି ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିଲେ ମଧ୍ୟ ତାତି ବଢ଼ିପାରେ। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି।

ଏହା ଛଡ଼ା ଓଡ଼ିଶା ମଧ୍ୟକୁ ଯେଉଁ ସାମୁଦ୍ରିକ ବାୟୁ ପ୍ରବେଶ କରୁଥିଲା ତାହା ମଧ୍ୟ ଧିରେ ଧିରେ ଦୁର୍ବଳ ହେବ। ଫଳରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Weather Forecast Weather In Odisha
Advertisment
Advertisment