• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କାଳବୈଶାଖୀ ପ୍ରଭାବ କମିବା ପରେ ତାତି ପୁଣି ବଢ଼ିବ

ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ସାଧାରତଃ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ତେବେ କାଳବୈଶାଖୀର ପ୍ରଭାବ ଆଜି ମଧ୍ୟ ରହିବ ।

ଛତିଶଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ କୈଳବୈଶାଖୀ ପ୍ରଭାବ ଦେଖାଦେବ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସମ୍ଭାବନା ରହିଛି ।

କାଲି କାଳବୈଶାଖୀ ପ୍ରଭାବ କମିବା ପରେ ତାତି ପୁଣି ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଲି ବିଜୁଳି ଘଡ଼ଘଡ଼ି ସହ ବର୍ଷ ସମ୍ଭାବନା ଥିଲେ ମଧ୍ୟ ତାତି ବଢ଼ିପାରେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି ।

ଏହା ଛଡ଼ା ସାମୁଦ୍ରିକ ବାୟୁ ଯେଉଁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିଲା ତାହା ମଧ୍ୟ ଧିରେ ଧିରେ ଦୁର୍ବଳ ହେବ ଫଳରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ୨ ଦିନ ହେବ  କିଛି ଜାଗାରେ କୋହଲା ପାଗ ଯୋଗୁଁ ତାତିରେ ସାମାନ୍ୟ ବ୍ରେକ୍ ଲାଗିଛି।