/odishatv-khabar/media/post_attachments/uploadimage/library/16_9/16_9_0/Weather_1711768527.jpg)
Weather
କଲବଲ କରିଲାଣି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ । ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସମେତ ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ । ଏସବୁ ଭିତରେ ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ୩୭ ଡିଗ୍ରୀ ପାର ତାପମାତ୍ରାରେ ସିଝିଛି ଜନଜୀବନ । ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ୫ ସହର ତାପମାତ୍ରା ୪୦ ଛୁଇଁଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ ପହିଲାରୁ ଆହୁରି ଜାଳିବ ଖରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)