Advertisment

ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଆଲର୍ଟ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ବର୍ଷାର ପ୍ରଭାବ ରହିବ। ୩୦ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହି ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ବିଶେଷ କରି ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା

author-image
Chandan Shishu
ଅଦ୍ୟତନ ହୋଇଛି
୧୫ ପରେ ଆସିବ ଲଘୁଚାପ !

Heavy Rainfall

ଭୁବନେଶ୍ୱର: ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ୧୦ଟି ଜିଲ୍ଲାରେ ନିର୍ଧୂମ ବର୍ଷିବ। ଏଥିପାଇଁ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠୁ ଆସନ୍ତା ୩୦ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ବର୍ଷାର ପ୍ରଭାବ ରହିବ। ୩୦ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହି ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ବିଶେଷ କରି ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇଥିଲା। 

ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଭଳି ସ୍ଥିତି ଉପୁଜିଥିବା ବେଳେ ଅଗଷ୍ଟ ମାସରେ ଆଉ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି କହିଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଥିଲେ, ବର୍ତ୍ତମାନର ବାୟୁମଣ୍ଡଳ ସ୍ଥିତିକୁ ଦେଖିଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ। ଯେଉଁ ଭଳି ନିଅଣ୍ଟିଆ ବର୍ଷା ଚାଲିଛି ଆସନ୍ତା ୫ ବା ୭ ଦିନ ପର୍ଯ୍ୟନ୍ତ ମଧ୍ୟ ସେମିତି ନିଅଣ୍ଟିଆ ବର୍ଷା ଚାଲିବ। ଆସନ୍ତା ଦିନମାନଙ୍କରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର କୌଣସି ସ୍ଥିତି ଦେଖାଯାଉନାହିଁ। ତା’ପରେ ହୁଏତ କିଛି ପରିବର୍ତ୍ତନ ହୋଇପାରେ। ସେପ୍ଟେମ୍ବର ମାସରେ କିଭଳି ବର୍ଷା ହେବ, ତା’ର ଆକଳନ ଅଗଷ୍ଟ ୩୧ ତାରିଖ କିମ୍ବା ସେପ୍ଟେମ୍ବର ପହିଲାରେ କରାଯିବ। 

Advertisment
Odisha Weather News Heavy Rainfall Alert
Advertisment
Advertisment