Advertisment

କନ୍ଧମାଳ-କୋରାପୁଟ-ସୁନ୍ଦରଗଡ଼-ମୟୂରଭଞ୍ଜରେ ପ୍ରବଳ ଶୀତ..!

ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତର ପ୍ରକୋପ ଜାରି । ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Cold Wave

ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ। ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳି ଦେଇଛି। ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି। କନ୍ଧମାଳ, କୋରାପୁଟ,ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି।

Advertisment

ଗତକାଲି ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ,ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି ।

Weather News Weather Update
Advertisment
Advertisment