Advertisment

ଏଥର ରେକର୍ଡ ଭାଙ୍ଗିବ ଭୁବନେଶ୍ୱର ତାତି !

ଦିନର ତାପମାତ୍ରା ବଢୁଥିବା ବେଳେ ଗାଏବ ହେବାକୁ ବସିଲାଣି ଶୀତ

author-image
Chandan Shishu
ଅଦ୍ୟତନ ହୋଇଛି
Heat wave

Heat wave

ଏଥର ରେକର୍ଡ ଭାଙ୍ଗିପାରେ ରାଜଧାନୀ ତାତି! ଫେବୃଆରୀ ମାସ ଆରମ୍ଭରୁ ଯେଉଁଳି ଗ୍ରୀଷ୍ମ ଅନୁଭୂତ ହେଲାଣି ହୁଏତ ଏହା ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିବ।୧୯୬୩ ମସିହାରେ ଫେବୃୟାରୀ ମାସରେ ରାଜଧାନୀ ଭୁବନେଶ୍ୱରରରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ୨୦୨୩ରେ ଏହି ତାପମାତ୍ରା ଟପି ଯିବାର ଅନୁମାନ କରୁଛି ପାଣିପାଗ ବିଭାଗ।

Advertisment

ଏବେ ଫେବୃୟାରୀ ପ୍ରଥମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଦିନର ତାପମାତ୍ରା ବଢୁଥିବା ବେଳେ ଗାଏବ ହେବାକୁ ବସିଲାଣି ଶୀତ। ତେବେ ଉତ୍ତର ଓଡିଶାରେ ଏବେବି କିଛି କିଛି ସ୍ଥାନରେ ଶୀତ ପ୍ରବାହ ରହିଛି ବୋଲି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରବାହିତ ହେବାକୁ ଥିବା ବାୟୁ ପାଇଁ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ଆହୁରି ବଢିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ବାୟୁ ମଣ୍ଡଳରେ ଅସ୍ଥିରତା, ବର୍ଷାର ଅଭାବ, ଜଂଗଲ କ୍ଷୟ ହିଁ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।

Advertisment

ପୂର୍ବ ବର୍ଷର ତଥ୍ୟକୁ ଦେଖିଲେ ଗତ ବର୍ଷ ଫେବୃଆରୀ ତାପମାତ୍ରା 30 ଡିଗ୍ରୀରୁ କମ୍ ରହିଥିବା ବେଳେ 2021 ମସିହା ଫେବୃଆରୀ 26, 27 ଏବଂ 28 ତାରିଖ ଦିନ ତାପମାତ୍ରା 40 ଡିଗ୍ରୀ ଛୁଇଁଥିଲା। ସେହିପରି 2020 ରେ ତାପମାତ୍ରା 30 ଡିଗ୍ରୀଠୁ କମ ରହିଥିଲା।

Weather Forecast Weather In Odisha
Advertisment
Advertisment