Astrospeak
  • Live TV
  • Read In English

Odisha Weather Update: କମିବ କାଳବୈଶାଖୀ ବର୍ଷା; ପୁଣି କଲବଲ କରିବ ତାତି

ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ ।

Odisha Weather Update
ପୁଣି କଲବଲ କରିବ ତାତି ।

ପୁଣି ଖରାରେ ଜଳିବ ଓଡ଼ିଶା । ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ମାର୍ଚ୍ଚ ଅଧାରୁ ଜଳୁଥିଲା ଅଧାରୁ ଅଧିକ ଓଡ଼ିଶା । କାଳବୈଶାଖୀ ବର୍ଷା ଫଳରେ ହିଟୱେଭ ସତର୍କତା ହଟିବା ସହ ପାଣି ପାଗର ମିଜାଜ ବଦଳିଥିଲା । ତାତିରୁ ମୁକ୍ତି ପାଇଥିଲେ ରାଜ୍ୟବାସୀ । କିନ୍ତୁ, ପୁଣି କାଳବୈଶାଖୀ ବର୍ଷା କମିବା ସହ ବଢିବ ତାତି ।

ଉପକୂଳ ପାର୍ଶ୍ବବର୍ତ୍ତୀ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ଆଜି ପାଇଁ ୬ ଜିଲ୍ଲାକୁ ବିଜୁଳି-ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର ଓ ଗଜପତି ।

ଆସନ୍ତାକାଲିଠୁ ପାଗରେ ଆସିବ ପରିବର୍ତ୍ତନ । ଏଥିସହ ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରା ୪-୫ ଡିଗ୍ରୀ ବୃଦ୍ଧି ପାଇବ । ସେହିଭଳି ରାତି ତାପମାତ୍ରାର ମଧ୍ୟ ବୃଦ୍ଧି ଘଟିବ । କିଛି ଦିନର ଆଶ୍ବସ୍ତି ପରେ ପୁଣି କଲବଲ କରିବ ଗ୍ରୀଷ୍ମର କୋପ ।

ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରୁଥିଲା ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଥିଲା ଗ୍ରୀଷ୍ମ ପ୍ରବାହ । କିଛିଦିନ ତଳେ ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଥିଲା । କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହିଥିଲା । ମାର୍ଚ୍ଚ ୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା ।

ଅଧିକ ପଢ଼ନ୍ତୁ: କାହିଁକି ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ହେଲେ ବଞ୍ଚିତ? କାରଣ କହିଲେ ପ୍ରଭାତୀ