• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚଳିତ ବର୍ଷ ତାପମାତ୍ରାରେ ରେକର୍ଡ କଲା ସୋନପୁର । ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ । ଏବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁରର ରେକର୍ଡ । 

ଗତକାଲି ରାଜ୍ୟରେ ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୪୪.୪ ଡିଗ୍ରୀ ସେଲସିୟସ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିଭଳି ବଲାଙ୍ଗିରରେ ୪୪.୩ ଡିଗ୍ରୀ ତାପମାତ୍ରା ଥିଲା ଯାହା ରାଜ୍ୟର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବୌଦ୍ଧ, ଟିଟିଲାଗଡ଼, ଅନୁଗୁଳରେ ପାରଦ ୪୩ ଡିଗ୍ରୀ ପାର କରିଛି ।

ଅନ୍ୟପଟେ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ କାଳବୈଶାଖୀ । ଆଜି ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ଓ୍ୱାର୍ଣ୍ଣିଂ ଜାରି କରିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।