Advertisment

୩ ଦିନ ପ୍ରବଳ ବର୍ଷିବ, ୯୦ କିମି ବେଗରେ ବହିବ ପବନ

ଆଜି ପୂର୍ବାହ୍ନରେ ଦକ୍ଷିଣ ଥାଇଲାଣ୍ଡ ଓ ଏହାର ନିକଟସ୍ଥ ଆଣ୍ଡାମାନ ସାଗର ଏବଂ ଗଲ୍ଫ ଅଫ୍‌ ଥାଇଲାଣ୍ଡରେ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆଣ୍ଡାମାନ ସାଗରରେ ପହଞ୍ଚିବ।

author-image
Chandan Shishu
ଅଦ୍ୟତନ ହୋଇଛି
SRC Alert

SRC Alert

ଭୁବନେଶ୍ୱର: ଆସୁଥିବା ବାତ୍ୟା ପାଇଁ ଜିଲ୍ଲାପାଳମାନଙ୍କୁ ସଜାଗ କରିଛନ୍ତି SRC। ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଅରେଂଜ, ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ଜଳ ବନ୍ଦୀ, ବନ୍ୟା ଭଳି ସ୍ଥିତି ଓ ଭୂସ୍ଖଳନ ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ଅହୋରାତ୍ର କଣ୍ଟ୍ରୋଲ ରୁମ୍ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ଦିଆଯାଇଥିବା ପରାମର୍ଶ କଡ଼ାକଡ଼ି ପାଳନ ନିର୍ଦ୍ଦେଶ ଦିଆଯାଇଛି।

Advertisment

୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ୩ରେ ଗଜପତି, ଗଂଜାମ, ପୁରୀ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର ଓ ଯାଜପୁର। ଗଂଜାମ, ପୁରୀ, ଜଗତସିଂହପୁରର କିଛି ଜାଗାରେ ଅତି ପ୍ରବଳ ବର୍ଷିପାରେ।

Advertisment

ସେହିପରି ୫ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ରାତିରୁ ୪ ତାରିଖ ପର୍ଯ୍ୟନ୍ତ ପବନ ବେଗ କ୍ରମେ ବଢ଼ି ଚାଲିବ। ବାତ୍ୟା ଉପକୂଳ ନିକଟତର ହେଲେ ପବନ ୯୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ କହିଛି। 

ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ। ୩ରେ ସମୁଦ୍ର ଭିତରେ ବାତ୍ୟାର ରୂପ ନେବ ପରେ ଏହା ଉପକୂଳ ମୁହାଁ ହେବ। ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବାତ୍ୟା। ଏହାର ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ।

୪ ତାରିଖରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ିବ । ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ବୋହିପାରେ। ପବନ ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ବାତ୍ୟା ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବନାହିଁ। ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା। ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି। 

Bhubaneswar SRC Cyclone
Advertisment
Advertisment