• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗରମ ଗୁଳୁଗୁଳିରେ ଆଜି ବି ଛଟପଟ ଓଡ଼ିଶା । ସମ୍ବଲପୁର, ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି । ତେବେ କ୍ରମାଗତ ୪ ଦିନର ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ପରେ ଆଜି ଗତକାଲି ଠାରୁ ୧ ଡିଗ୍ରୀ ତଳକୁ ଖସିଛି ପାରଦ । ଆସନ୍ତାକାଲି ଠାରୁ ସାଧାରଣ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆସନ୍ତା ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ।

ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ ଆଦି ଜିଲ୍ଲାରେ ୧୭ରେ ବର୍ଷା ସମ୍ଭାବନା ରହିଛି । ତେଣେ ଛୁଟି ପରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ । ହେଲେ ଖରାକୁ ଦେଖି ସମ୍ବଲପୁର ଜିଲ୍ଲାରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସୋମବାର ଓ ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ସବୁ ସବୁ ସ୍କୁଲ ବନ୍ଦ ରହିବ ।