/odishatv-khabar/media/post_attachments/uploadimage/library/16_9/16_9_0/dense-fog_1626872090.jpg)
dense fog
ଭୁବନେଶ୍ୱର: ରାଜଧାନୀରେ ଘନ କୁହଡ଼ି। ଆଜି ସକାଳୁ ସକାଳୁ ପୂରା ଭୁବନେଶ୍ୱରରେ ଏତେ କୁହୁଡି ହୋଇଛି ଯେ, ମୁହଁକୁ ମୁହଁ ଦିଶୁନି। ଏମିତିକି ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦୃଶ୍ୟମାନ ହେଉନି। ରାଜଧାନୀରେ ଘନ କୁହୁଡ଼ି ପାଇଁ ବିମାନସେବା ବାଧାପ୍ରାପ୍ତ ହୋଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ବିମାନକୁ କର୍ତ୍ତୃପକ୍ଷ ଡାଇଭର୍ଟ କରିଛନ୍ତି।
ଇଣ୍ଡିଗୋ- ୨୧୭୮ ବିମାନକୁ ରାୟପୁର ଡାଇଭର୍ଟ କରାଯାଇଛି। ବିମାନବନ୍ଦର ଅଞ୍ଚଳରେ ସକାଳ ୯ଟା ୩୦ ସୁଦ୍ଧା ଭିଜିବିଲିଟି ୧୫୦ ମିଟର ରହିଥିଲା। ଏହାକୁ ଦୃଷ୍ଟିରେ ରଖି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ, ଆଜିଠୁ ୪ ଦିନ ପର୍ଯ୍ୟନ୍ତ ପୁଣି ଭିଜିବ ଓଡ଼ିଶା। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ୱର ସହର ର ବିଭିନ୍ନ ପ୍ରାନ୍ତରରେ ଘନ କୁହୁଡି, ଦୃଶ୍ୟମାନ ଦୂରତା ୧୦୦ ମିଟର ରୁ କିମ୍ବା ତାଠାରୁ ଆହୁରି କମ ଥିବାରୁ ଯଥା ସମ୍ଭବ ଯାତାୟାତ ରୁ ନିବୃତ ରୁହନ୍ତୁ, ଅତ୍ୟନ୍ତ ଜରୁରୀ ଥିଲେ ଗନ୍ତବ୍ୟ ସ୍ଥଳକୁ ଅତି ସତର୍କତା ର ସହ ଗମନ କରନ୍ତୁ |
ଏୟାରପୋର୍ଟ ଅଞ୍ଚଳରେ ରେକର୍ଡ ଦୃଶ୍ୟମାନ ଦୂରତା ୧୦୦ ମିଟର pic.twitter.com/jP3bP6tdSU
— Meteorological Centre, Bhubaneswar (@mcbbsr) January 21, 2022
Dense #fog near Utkal Hospital #Bhubaneswarpic.twitter.com/XlEOMgeJeU
— Meteorological Centre, Bhubaneswar (@mcbbsr) January 21, 2022
ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଜିଲ୍ଲାରେ ହୋଇପାରେ ବର୍ଷା। ୨୩ ତାରିଖରେ ବର୍ଷାର ପରିମାଣ ଅଧିକ ବଢ଼ିପାରେ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୩ ଏବଂ ୨୪ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)