Advertisment

ଆକାଶରୁ ଅଗ୍ନିବର୍ଷା, ଭୁବନେଶ୍ୱରରେ ୪୫ ଡିଗ୍ରୀ ଛୁଇଁଲା ତାତି

ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି।

ଅଦ୍ୟତନ ହୋଇଛି
Bhubaneswar Records 46°C Day Temperature

Heat Wave

Advertisment

ଆକାଶରୁ ଅଗ୍ନିବର୍ଷା । ଭୀଷଣ ହେଉଛି ଗ୍ରୀଷ୍ମକୋପ। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାରଦ ଛୁଇଁଲା ୪୬ ଡିଗ୍ରୀ । ଆଜି ବାଲେଶ୍ୱରରେ ସାଢ଼େ ୨ଟା ସୁଦ୍ଧା ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ଥିଲା ୪୪.୧ ଡିଗ୍ରୀ ସେଲସିୟସ୍। ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି । ଦିନ ସାଢ଼େ ୨ଟା ସୁଦ୍ଧା ରାଜଧାନୀରେ ତାପମାତ୍ର ୪୫.୪ ଡିଗ୍ରୀ ରେକର୍ଡ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଆକାଶରୁ ଖସୁଛି ନିଆଁ, ଆହୁରି ଅଣନିଃଶ୍ୱାସୀ କରିବ ତାତି

ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି। ସକାଳ ସାଢ଼େ ୮ଟାରୁ ପାରଦ ଡେଉଁ ଯାଉଛି ୩୮ ଡିଗ୍ରୀ । ସାଢ଼େ ୧୧ଟା ବେଳକୁ ଅସମ୍ଭାଳ ହେଉଛି ତାତି । ଆଜି ଦିନ ୧୧ଟା ବେଳକୁ ତାତି ପାରଦ ୪୪ ଡିଗ୍ରୀ ସେଲସିୟସ ପାର କରିଥିଲା। ସିଭିୟର ହିଟ୍‌ୱେଭ୍ ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ପାଇଁ ୧୮ ଜିଲ୍ଲାକୁ ରେଡ୍ ଓ ୧୦ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ରେଡ୍ ଓ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ଅରେଞ୍ଜ ସତର୍କତା। ୨ ତାରିଖ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିବ । ୩ ତାରିଖରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

 

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ। ଆଜି ସୁଦ୍ଧା ୩୬୭ ଜଣ ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରେ ସର୍ବାଧିକ ୬୦ ଓ ମୟୁରଭଞ୍ଜରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ୫୦ ଜଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ନେଇଛି ୨ ଜଣଙ୍କର ଜୀବନ। ହିଟୱେଭର ପିକ୍‌ ଆୱାରରେ ଘରେ ରହିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଅତ୍ୟଧିକ ଖରା ଯୋଗୁଁ ହୋଇପାରେ ସନ୍‌ ବର୍ଣ୍ଣ ଭଳି ଚର୍ମ ରୋଗ। ଅତ୍ୟଧିକ ଖରା ଯୋଗୁଁ ମୁଣ୍ଡ ବୁଲେଇଲେ କିମ୍ବା ଗଳା ଶୁଖିଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ । ଛୋଟ ପିଲା, ବୟସ୍କ, ଗର୍ଭବତୀ ଅଧିକ ସତର୍କ ରହିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି ଟ୍ୱିନସିଟି ତାତି; କେବେ ଏସିଆ ତ କେବେ ଦେଶରେ ସବୁଠୁ ଉତ୍ତପ୍ତ ସହର

Weather Update Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ