Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୧ରେ ଛୁଇଁବ ଉପକୂଳ

ରାଜ୍ୟରେ ଧୀରେଧୀରେ ବଢ଼ିଲାଣି ଥଣ୍ଡା। ଗତ ୨୪ ଘଣ୍ଟା ଭିତରେ ୭ ସହରରେ ୧୫ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସହ ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ପାଲଟିଛି।

author-image
Chandan Shishu
Low Pressure in Bay of Bengal

Low Pressure in Bay of Bengal

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୧ ତାରିଖ ତାରିଖ ସୁଦ୍ଧା ଏହା ତାମିଲନାଡ଼ୁ ଉପକୂଳକୁ ଛୁଇଁବ। ଫଳରେ ଆଜିଠୁ ତାମିଲନାଡ଼ୁ ଉପକୂଳରେ ଆଜିଠୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

Advertisment

୧୧ ତାରିଖ ଯାଏଁ ତାମିଲନାଡ଼ୁରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ଏବେ ଚେନ୍ନାଇ ଓ ଆଖପାଖ ଅଞ୍ଚଳରେ ସମସ୍ୟା ବଢ଼ିଛି। ଗତ ତିନି ଦିନ ଧରି ଚେନ୍ନାଇରେ କୁତ୍ରିମ ବନ୍ୟା ପରିସ୍ଥିତି ଥିବା ବେଳେ ଏବେ ସ୍ଥିତି ଗମ୍ଭୀର ହେବା ନେଇ ଆକଳନ କରାଯାଇଛି।

ଓଡ଼ିଶାର ପ୍ରଭାବ ପଡ଼ିବ କି? 

ଆଗାମୀ ଦୁଇ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ ଏବଂ ଆଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ।

Advertisment

ଫଳରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ସମ୍ଭାବନା ରହିଛି। ଏଥିସହ କିଛି ଅଞ୍ଚଳରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା ୧୧ ଏବଂ ୧୨ ତାରିଖ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Weather Update Rain In Odisha Weather In Odisha
Advertisment
Advertisment