• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟ୍ୱିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ଆସନ୍ତାକାଲି ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ କୋହଲା ପାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ ।

ବିଶେଷ କରି ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳ ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ବଙ୍ଗୋପସାଗରରେ ଥିବା ଏକ ଗୁରୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ଦେଖିବାକୁ ମିଳିବ ।

୨୬ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବା ସହ ରାତି ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ କମ୍ ରହିବା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ରାଜ୍ୟର କିଛିଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଓ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ତରଫରୁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ ।

ସେହିପରି ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଜି ଦିନରେ ମଧ୍ୟ ଉତ୍ତର ଓ ପୂର୍ବ ଓଡ଼ିଶାରେ କୋହଲା ପାଗ ରହିବ । ବର୍ଷା ମଧ୍ୟ କିଛିସ୍ଥାନରେ ହୋଇପାରେ । ମଧ୍ୟ ଓଡ଼ିଶାରେ ହାଲୁକାରୁ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଗତ କିଛିଦିନ ହେବ ସର୍ବନିମ୍ନ ତାପମାତ୍ରା, ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିବା ଫଳରେ ଥଣ୍ତା ଅନୁଭୂତ ହେଉଛି । ସମତଳ ଓ ପାହାଡ଼ିଆ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ଥିବାରୁ ଶୀତ ଫେରିପାରେ ।