Advertisment

ଗଜପତିରେ ଭୂସ୍ଖଳନ ଆଶଙ୍କା: ଗାଁ ଲୋକ, ପ୍ରସୂତି ସ୍ଥାନାନ୍ତରିତ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି ।

author-image
Chandan Shishu
Gajapati Alert

Gajapati Alert

ଗଜପତି: ଗଜପତି ଜିଲ୍ଲାର ଗୁମ୍ମା, ଗୋଷାଣୀ, ମୋହନା ଓ ରାୟଗଡ଼ ବ୍ଳକରେ ଭୂ-ସ୍ଖଳନର ଆଶଙ୍କା ଥିବାରୁ କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଗାଁ ଲୋକ, ବିଶେଷ କରି ପ୍ରସୂତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଉଛି। ଶେଷ ଖବର ସୁଦ୍ଧା ଗୋଷାଣୀ ବ୍ଳକରେ ୧୫ ଜଣ, ଗୁମ୍ମାରେ ୪୫ ଜଣ ଓ ମୋହନା ବ୍ଳକରେ ୭ ଜଣଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି।

Advertisment

ବାତ୍ୟାରେ ପରିଣତ ହୋଇଛି ଗଭୀର ଅବପାତ। ସମୁଦ୍ରରେ ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି ଗୁଲାବ। ଏବେ ଗୋପାଳପୁର ଠାରୁ ୩୭୦ କିମି ଦୂରରେ ଗୁଲାବ ରହିଛି। ଆନ୍ଧ୍ରର କଳିଙ୍ଗପଟ୍ଟନମ ଠାରୁ ୪୪୦ କିମି ଦୂରରେ ବାତ୍ୟା ରହିଛି। ତେବେ ଆସନ୍ତାକାଲି ସଂଧ୍ୟାରେ ସ୍ଥଳଭାଗ ଛୁଇଁବ। 

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । ଏଣୁ ଏହାର ପ୍ରଭାବରେରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। 

Advertisment

ପ୍ରବଳ ବର୍ଷାରୁ କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ୍ ବା ଅଚାନକ ବନ୍ୟା ସହ, ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ମଧ୍ୟ ବନ୍ୟା ଆସିପାରେ। ଏପରିକି ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ବି ରହିଛି। ତେଣୁ ଏଥିପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତ ଥିବା ଏବଂ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫରେ ୪୨, ଏନ୍‌ଡିଆରଏଫ୍‌ରେ ୨୪ ଓ  ଅଗ୍ନିଶମ ବାହିନୀର ୧୦୨ଟି ଟିମ୍ ମୁତୟନ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି। ଏନଡିଆରଏଫ ଡିଜି ମଧ୍ୟ ଉଭୟ ଓଡ଼ିଶା ଆନ୍ଧ୍ରପ୍ରଦେଶରେ NDRF ଟିମ୍ ଆଲର୍ଟ ଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି।

Odisha Weather Update Cyclone Warning Rainfall Alert
Advertisment
Advertisment