Kalabaisakhi
ଆଜି ବି ରାଜ୍ୟରେ ପ୍ରଭାବ ଦେଖାଇବ କାଳବୈଶାଖୀ । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝଡତୋଫାନ ବର୍ଷା ହେବ । ଏନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି । ଅନ୍ୟପଟେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ଗଜପତି ଓ ଗଂଜାମ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହ ୪୦ରୁ ୫୦ କିମି ବେଗରେ ଝଟକା ପବନ ହୋଇପାରେ । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଅସହ୍ୟ ଖରା ।
ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ଅସ୍ତବ୍ୟସ୍ତ କରୁଛି ଗୁଳଗୁଳି । ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବା କାରଣରୁ ଭୀଷଣ ଗୁଳଗୁଳି ଅନୁଭୂତ ହେଉଛି । ସେପଟେ ଗତ ତିନି ଦିନ ଭୁବନେଶ୍ୱର ସମେତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଉଛି । ଯେଉଁଥିପାଇଁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ । ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ : ଗୁଳୁଗୁଳିରୁ ତ୍ରାହି, ରାଜଧାନୀରେ ବର୍ଷା ଆଣିଲା ଆଶ୍ୱସ୍ତି
Gold Price: ଭୁବନେଶ୍ୱରରେ ସୁନା ଦର କେତେ; ଜାଣନ୍ତୁ ଆଜିର ନୂଆ ଦର...

Engineer Resignation: ଭିଡିଓ କଲ୍ରେ କାନ୍ଦି କାନ୍ଦି ଚାକିରି ଛାଡିଲେ ଇଞ୍ଜିନିୟର, ଭାଇରାଲ ହେଉଛି 'ଟକ୍ସିକ୍ ଅଫିସ କଲଚର' ପୋଷ୍ଟ...
Chenab Bridge: ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍ଘାଟିତ, ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)