ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମଲହରୀ। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଅଗ୍ରସର ହୋଇ ନ ପାରେ। ଫଳରେ ଆହୁରି ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି। ୨ରୁ ୩ ଡିଗ୍ରୀ ଦିନ ତାପମାତ୍ରା ବଢ଼ିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ।
Also Read
ଏଥିସହ ରାଜ୍ୟରେ କାଳବୈଶାଖୀର ମଧ୍ୟ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗ୍ରୀଷ୍ମ ତାତିକୁ ନଜରରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏହା ସହ ପ୍ରଚଣ୍ଡ ତାତିର ମୁକାବିଲା ନେଇ ମଧ୍ୟ ପଦକ୍ଷେପ ନେବାକୁ କହିଛନ୍ତି ଏସଆରସି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବାର ସ୍ଥିତି ଅନୁକୂଳ ନାହିଁ, ଜାରି ରହିବ ଗୁଳୁଗୁଳି
ସେପଟେ ରାଜ୍ୟରେ ମୌସୁମୀ ନ ଆସୁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ । ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସମୟ ସୁଦ୍ଧା ରାଜ୍ୟରେ ୧୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସବୁ CDMOଙ୍କୁ କୁହାଯାଇଛି ।
ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯାଇଛି ।ଏ ନେଇ ହସ୍ପିଟାଲଗୁଡିକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯, ମାଲକାନଗିରି ୧୭, ପୁରୀରୁ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସହରରେ ଡେଙ୍ଗୁ ଅଧିକ ହେଉଥିବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଚଳିତ ବର୍ଷ ଏଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି ।