Advertisment

Rainfall In Several Places: ମାଡ଼ି ଆସୁଛି ବର୍ଷା; କ୍ଷେତରେ ପଡ଼ିଛି ଧାନ, ଚିନ୍ତାରେ ଚାଷୀକୁଳ

୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

ଅଦ୍ୟତନ ହୋଇଛି
Rainfall In Several Places

Rainfall In Several Places

Advertisment

୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଏବଂ ଝାରସୁଗୁଡାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୩ ତାରିଖରେ ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ବର୍ଷା ହୋଇପାରେ । 

Advertisment

ସେହିପରି ୪ ଡିସେମ୍ବରରେ ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ୫ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଡିସେମ୍ବର ୬ରୁ ୮ ତାରିଖ ଯାଏ ପାଗ ମୁଖ୍ୟତଃ ଶଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରେରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ଝିପିଝିପି ବର୍ଷା । ଝିପିଝିପି ବର୍ଷା ଦେଖି ଚିନ୍ତାରେ ଚାଷୀକୂଳ । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ଦିଗପହଣ୍ଡି, ଚିକିଟି, ପାତ୍ରପୁର ଆଦି ଅଞ୍ଚଳରେ ଧାନ ଫସଲକୁ ସାଇତି ରଖିବାରେ ବ୍ୟସ୍ତ ଚାଷୀ । ଫସଲ ନଷ୍ଟ ହେବା ଆଶଙ୍କାରେ କିଏ ଧାନ ବାଡ଼ିକୁ ବୋହି ଆଣୁଛି ତ ଆଉ କିଏ ଫସଲକୁ ଘୋଡ଼ାଇ ସୁରକ୍ଷିତ ରଖିବାରେ ବ୍ୟସ୍ତ ।

ଏପଟେ ଜଗତସିଂହପୁର ଓ ଗଜପତି ଜିଲ୍ଲାରେ ବି ସମାନ ସ୍ଥିତି । ବିଲରେ ଧାନ ପାଚି ସାରିଥିବାବେଳେ ଅଦିନିଆ ବର୍ଷା ଚାଷୀଙ୍କ ମନରେ ଛନକା ଭରିଛି । କେତେକ ଜମିରେ ପାଣି ଜମି ରହି ଧାନ ଗଛରେ ପଡ଼ିରହିଛି । ଫଳରେ ହଜାର ହଜାର ହେକ୍ଟର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । 

Advertisment

ଅଧିକ ପଢ଼ନ୍ତୁ: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

Odisha Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ