/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657680299.jpg)
Heavy Rainfall
ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼। ଏହି ଜିଲ୍ଲାଗୁଡିକରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଢେଙ୍କାନାଳ ,ବୌଦ୍ଧ, ରାୟଗଡା, ମାଲକାନଗିରି ଜିଲ୍ଲାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
Alert Districtsପ୍ରବଳ ବର୍ଷାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅଂଚଳରେ। ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ଜମି ରହିଛି। ଘର ଭିତରେ ଆଣ୍ଟୁଏ ପାଣି ସାଙ୍ଗକୁ ଶହ ଶହ ଏକର ଧାନ ଚାଷ ନଷ୍ଟ ହୋଇଯାଇଛି। ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସହର ଏବଂ ଚାଷ ଜମି ସବୁଆଡେ ଖାଲି ପାଣି ଦେଖିବାକୁ ମିଳୁଛି।
ଏହି ଜିଲ୍ଲାର ଝରିଗାଁ ଏବଂ ଡାବୁଗାଁ ବ୍ଲକ୍ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଉମରକୋଟ, କୋଷାଗୁମୁଡା, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଝରିଗାଁରେ ସର୍ବାଧିକ ୧୪୭. ୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଡାବୁଗାଁ ବ୍ଲକ୍ରେ ୧୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)