Advertisment

ଖରା ପାଇଁ ଦିଲ୍ଲୀରେ ରେଡ୍‌ ଆଲର୍ଟ, ଘରୁ ନ ବାହାରିବାକୁ ପରାମର୍ଶ

ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ସର୍ବନିମ୍ନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Severe heatwave alert in Delhi

Red Alert

ଅସହ୍ୟ ତାତି ଓ ତତଲା ପବନ ପାଇ ରାଜଧାନୀ ଦିଲ୍ଲୀରେ ଭୀଷଣ ଗରମ ଜାରି ରହିଛି । କମିବ ବଦଳରେ ଦିନକୁ ଦିନ ତାପମାତ୍ର ବଢ଼ିବାରେ ଲାଗିଛି । ଅସହ୍ୟ ଗରମ ଓ ଲୁ’ ପାଇଁ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀରେ ରେଡ୍‌ ଆଲର୍ଟ ଜାରି କରିଛି । ପୂର୍ବରୁ ଭୀଷଣ ଗରମ ପାଇଁ ରାଜଧାନୀରେ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ବିଗିଡ଼ି ଯିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ତେବେ ଆଗାମୀ ବୁଧବାର ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବଳ ଗରମରୁ ତ୍ରାହି ମିଳିବ ନାହିଁ । ତେବେ ଗୁରୁବାର ତାପମାତ୍ରା ହ୍ରାସ ପାଇବ । ଏହାପରେ ମୌସୁମୀ ପୂର୍ବର ବର୍ଷା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଦେଇପାରେ ।

Advertisment

ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୪.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ସେହିପରି ସର୍ବନିମ୍ନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା, ଯାହା ଏହି ସିଜିନ୍‌ରେ ହାରାହାରି ତାପମାତ୍ରା ଠାରୁ ୫.୭ ଡିଗ୍ରୀ ଅଧିକ। ସୋମବାର ମଧ୍ୟ ଦିଲ୍ଲୀରେ ତାପମାତ୍ର ଅଧିକ ରହିବା ସହ ଭୀଷଣ ଗରମ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଧ୍ୟାହ୍ଣ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଜରୁରୀ ନଥାଏ ତେବେ ବାହାରକୁ ନ ଆସି ଘରେ ରହିବାକୁ କୁହାଯାଇଛି। ଏଥିସହ ସନ୍‌ ଷ୍ଟ୍ରୋକ୍‌ରୁ ବଞ୍ଚିବା ପାଇଁ ଲଗାତର ପାଣି ପିଇବାକୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ମୌସୁମୀ ! ଓଡ଼ିଶା ଛୁଇଁବା ପରେ ଆଉ ଆଗକୁ ବଢ଼ୁନି

କ୍ରମାଗତ ଭାବେ ଅଷ୍ଟମ ଦିନ ଦିଲ୍ଲୀରେ ଲୁ’ର ପ୍ରଭାବ ଜାରି ରହିଛି । ଲଗାତାର ୩୫ ଦିନ ପାଇଁ ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋମବାର ଦିନ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରି ଚେତାବନୀ ଦେଇଛି ଯେ ଯଦି ଆପଣ ଅପରାହ୍ନରେ ସୂର୍ଯ୍ୟକିରଣରେ ବୁଲନ୍ତି ତେବେ ଅସୁସ୍ଥ ହେବାର ଆଶଙ୍କା ଅଧିକ ରହିଛି । ଏହି ପରିସ୍ଥିତିରେ, ବାହାରକୁ ନ ସି ଘର ଭିତରେ ରହିବା ଏବଂ ନିରନ୍ତର ପାଣି ପିଇବା ଅତ୍ୟନ୍ତ ଜରୁରୀ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Advertisment

ପାଣିପାଗ ବିଭାଗ କହିଛି ଯେ ଜୁନ୍ ୧୧ ପରଠୁ ମୌସୁମୀ ଅଗ୍ରଗତି ହୋଇନାହିଁ। ଏହି କାରଣରୁ ଦେଶର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ଏହା ଅତ୍ୟଧିକ ଗରମ ଅନୁଭୂତ ହେଉଛି । ଦିଲ୍ଲୀରେ ପ୍ରବଳ ପବନ ପ୍ରବାହିତ ହେଉଛି, କିନ୍ତୁ ସେଥିରେ ଆର୍ଦ୍ରତା ନାହିଁ ଏବଂ ଏହା ଅତ୍ୟଧିକ ଗରମ ଅଟେ । ସହର ଉପରେ ହାଲୁକା ମେଘ ମଧ୍ୟ ଅଛି, ଯାହା ଉତ୍ତାପକୁ ନିୟନ୍ତ୍ରଣରେ ରଖିଥାଏ । ଏହି କାରଣରୁ ସହରର ତାପମାତ୍ରା ଆହୁରି ବଢ଼ିବାରେ ଲାଗିଛି । ସାଧାରଣତଃ ଜୁନ୍‌ ୨୭-୩୦ ମଧ୍ୟରେ ମୌସୁମୀ ଦିଲ୍ଲୀରେ ପହଞ୍ଚିଥାଏ । ଏଥର ମଧ୍ୟ ମୌସୁମୀ ଏହି ସମୟରେ ଦିଲ୍ଲୀରେ ପହଞ୍ଚିବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: କୋରାପୁଟରେ ବର୍ଷା ଛେଚୁଛି... ରାଜଧାନୀରେ ମୁଣ୍ଡଠୁ ଗୋଡ଼ ଯାଏଁ ଝାଳ ବୋହୁଛି...

Weather Heat Wave
Advertisment
Advertisment