Astrospeak
  • Live TV
  • Read In English

Heat Wave: କମିବ କାଳବୈଶାଖୀ ପ୍ରଭାବ, ପୁଣି ଫେରିବ ତାତି !

୩ ଦିନ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । କାଳବୈଶାଖୀର ପ୍ରଭାବ କମିବା ପରେ ପୁଣି ବଢ଼ିବ ତାତି ।

Heat And Wave
ପୁଣି ବଢ଼ିବ ତାତି !

୩ ଦିନ ପରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । କାଳବୈଶାଖୀର ପ୍ରଭାବ କମିବା ପରେ ପୁଣି ବଢ଼ିବ ତାତି । ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ତାତି ହ୍ରାସ ପାଇବା ସହ ଆଶ୍ଵସ୍ଥ ହୋଇଛନ୍ତି ଲୋକେ । କିନ୍ତୁ, ଆଗାମୀ ୩ ଦିନ ପରେ ବର୍ଷାର ପ୍ରଭାବ କମିବା ସହ ୨୦ ତାରିଖରୁ ରାଜ୍ୟରେ ତାତି ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି । ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ।

ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ଝଡ଼ବର୍ଷାର ପ୍ରଭାବ ଅଧିକ ରହିବ । କିଛି ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଛି ।

ଆଗାମୀ ୩ ଦିନ ପରେ ବର୍ଷାର ପ୍ରଭାବ କମିବ । ଏହାପରେ ପୁଣି ତାତି ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ।

 

ଏବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେଉଛି । ଆଗାମୀ ୫ ଦିନ ପାଇଁ ଝଡ଼ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଓ ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ଅଧିକ ରହିବ ।

କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ପବନ ନେଇ ସତର୍କତା ଜାରି କରାଯାଇଛି । ଆଜି ପାଇଁ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ଆଲର୍ଟ ଜାରି କରାଯାଇଛି । ୧୭ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଟ୍ବିନ ସିଟିରେ କାଳ ବୈଶାଖୀ ତାଣ୍ଡବ