Advertisment

ଆଜିଠୁ ଫେରିବ ପ୍ରଚଣ୍ଡ ତାତି, ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା

ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Heat Wave Alert For Odisha

Heat Wave

ହଟିବ କୋହଲା ପାଗ, ଫେରିବ ପ୍ରଚଣ୍ଡ ତାତି । ଆଗାମୀ ୪ ଦିନ ଯାଏଁ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛିଦିନ ହେଲା କାଳବୈଶାଖୀ ପ୍ରଭାବରେ ୧୦ ଜିଲ୍ଲାରେ ନିଆଁ ବର୍ଷାରୁ ଆଶ୍ୱସ୍ତି ମିଳିଥିଲା । ଅନେକ ସ୍ଥାନରେ ତଳକୁ ଖସିଆସିଥିଲା ପାରଦ । ଫଳରେ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲା ।

Advertisment

କିନ୍ତୁ ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅପରପକ୍ଷେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦେଖି ଏବଂ ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ପାଣିପାଗ ବିଭାଗ ସହ ଜରୁରୀକାଳୀନ ବିଭାଗର ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌ ଆରମ୍ଭ ଦେଖିବାକୁ ମିଳିଥିଲା ଡହ ଡହ ଖରା । ରାଜଧାନୀଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଅସହ୍ୟ ହୋଇଥିଲା ତାତି । ଏମିତି କି ଏପ୍ରିଲ୍‌ ଆରମ୍ଭରେ ୪୩ ଡିଗ୍ରୀ ଡେଇଁଥିଲା ରାଜଧାନୀ ତାପମାତ୍ରା । ଯାହାଫଳରେ ୪୩.୫ ଡିଗ୍ରୀ ସହ ଏପ୍ରିଲ୍‌ ୫ରେ ଏସିଆର ଷଷ୍ଠ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର ।

Advertisment
Heat Wave Weather Update
Advertisment
Advertisment