• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁଣି ରାଜ୍ୟରେ ବଢ଼ିଲା ତାତି । ତତଲା କଡ଼େଇରେ ଓଡ଼ିଶା ସିଝିଲା । ଆଜି ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱରରେ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚାନ୍ଦବାଲିରେ ୩୮ ଦଶମିକ ୫ ଡିଗ୍ରୀ, ବାଲେଶ୍ୱରରେ ୩୭ ଦଶମିକ ୨ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ସେହିଭଳି ଗୋପାଳପୁରରେ ୩୪.୬, କେନ୍ଦୁଝରରେ ତାପମାତ୍ରା ୩୪.୫ ଡିଗ୍ରୀ ରହିଛି । ଝାରସୁଗୁଡ଼ା, ରାଉରକେଲାରେ ୩୬ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ସେପଟେ ଆସନ୍ତା ୫ ଦିନ ଭିତରେ ପୁଣି ଖରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା । ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ ।

୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।