/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632670633.jpg)
Ghati Road Sealed
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା-ଦାରିଙ୍ଗିବାଡ଼ି ଘାଟି ରାସ୍ତାକୁ ସିଲ୍। ଭୂସ୍ଖଳନ ଆଶଙ୍କାରେ ଗାଜଲବାଡ଼ିରେ ରାସ୍ତାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ବ୍ୟାରିକେଡ୍ ଲଗାଇ ସିଲ ହେଲା ରାସ୍ତା। ବର୍ତ୍ତମାନ ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଭୂସ୍ଖଳନ ଆଶଙ୍କା କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଜଲବାଡ଼ିରେ ଏହି ବ୍ୟବସ୍ଥା କରାଯାଇଛି। ପାହାଡ଼ିଆ ଅଞ୍ଚଳରୁ ନିରାପଦ ସ୍ଥାନକୁ ପଳାଇ ଯିବାକୁ ମାଇକ୍ରେ ପ୍ରଚାର କରାଯାଇଥିଲା। ଏହାଛଡ଼ା ଯେଉଁମାନେ ଘରୁ ଆସୁନଥିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳରେ ଥଇଥାନ କରାଯାଇଛି। ସେମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ ପୂର୍ବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଉପରକୁ ମାଟି ଅତଡ଼ା ଧସିଥିଲା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଥିଲା ଜିଲ୍ଲା ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ଅପରେସନ୍ ପରେ ସ୍ଥିତି ସ୍ୱାଭାବିକକୁ ଆସିଥିଲା। ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଞ୍ଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଆଜି ସକାଳେ ସ୍ଥିତି ପରଖିଛନ୍ତି। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ସମୁଦ୍ର ଅଶାନ୍ତ ହେବାପରେ ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସିଛନ୍ତି। ଅଧିକ ପବନ ହେଲେ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିବାର ଆଶଙ୍କା ଥିବାରୁ ଶକ୍ତି ବିଭାଗ ସେସବୁର ମରାମତି ପାଇଁ ସଜାଗ ରହିଛି। ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ୫ ହଜାର ବିଦ୍ୟୁତ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ଜଳସଂପଦ ବିଭାଗ ପକ୍ଷରୁ ଋଷିକୁଲ୍ୟା, ବଂଶଧାରା ନଦୀରେ ପାଟ୍ରୋଲିଂ ଚାଲିଛି। ଗୋଟା ବ୍ୟାରେଜ୍କୁ ସଂପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ନଗର ଉନ୍ନୟନ ବିଭାଗ ତାର କର୍ମଚାରୀଙ୍କ ଛୁଟି ବାତିଲ କରିଛି।
ପୌର ପରିଷଦରେ ଫ୍ଲାସ୍ ଫ୍ଲଡ ପାଇଁ ମଟର ପମ୍ପ ପ୍ରସ୍ତୁତ ରଖିବା, ଜିଲ୍ଲାପାଳଙ୍କ ସହ ଆଲୋଚାନ କରି ଡ୍ରାଏ ଫୁଡ୍ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାରେ ନଈ କୂଳିଅା ଗାଁଗୁଡ଼ିକରେ ବିଦ୍ୟାଳୟ ଗୃହକୁ ଆଶ୍ରୟ ସ୍ଥଳ କରାଯାଇଛି। ସେହିପରି ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ପ୍ରଭାବିତ ହେବା ଆଶଙ୍କା ଥିବାରୁ ତା ଉପରେ ପ୍ରଶାସନ କଡା ନଜର ରଖିଛି। କୋରାପୁଟ ଜିଲ୍ଲାରେ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)