/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694619777.jpg)
Weather Update
ରାଜ୍ୟରେ ଲଘୁଚାପଜନିତ ବର୍ଷାର ବିତ୍ପାତ । କେତେବେଳେ ମୂଷଳଧାରାରେ କାଚୁଛି ତ ଆଉ କେତେବେଳେ ଝିପିଝିପି ବର୍ଷୁଛି । ୨ ଦିନର ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ଜୀବନଯାତ୍ରା । ନବରଙ୍ଗପୁର ଉପକଣ୍ଠ ହିର୍ଲିର ନର୍ଧୁମ ବର୍ଷିଛି । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସ୍ଥିତି ବେହାଲ ହୋଇଛି । ଭିତରେ, ବାହାରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଜନଜୀବନ। ଆଖିକୁ ନିଦ ନାହିଁ କି ପେଟକୁ ଭୋକ ନାହିଁ। ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଅବସ୍ଥାରେ ନାକେଦମ୍ ହୋଇଛନ୍ତି ହିର୍ଲି ଅଞ୍ଚଳର ଲୋକେ।
ୱାଲଟିୟର ଡିଭିଜନ ଅନ୍ତର୍ଗତ ଟିକିରି-ଲାଲିଗୁମ୍ମା ଟ୍ରେନ ଲାଇନର । ଟ୍ରାକ ଉପରେ ଗଛ ଓ ପଥର ପଡିବାରୁ ଏହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଅପରାହ୍ନ ସୁଦ୍ଧା ୨ଟି ଟ୍ରେନକୁ ବାତିଲ୍ କରାଯାଇଥିବାବେଳେ ଆଉ ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ପ୍ରାୟ ୪ ଦିନ ହେଲା, ଲଗାଣ ବର୍ଷା ଯୋଗୁ ବେହାଲ ହୋଇଥିବା କୋରାପୁଟ ଜିଲ୍ଲାରେ ସାଂଘାତିକ ପ୍ରଭାବିତ ହୋଇଛି ଜନଜୀବନ। ଅବିଶ୍ରାନ୍ତ ବର୍ଷା ଯୋଗୁ ୫ଟି ବ୍ଲକରେ ୧୦ଟି ବାସଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଲମତାପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ଲହଡ଼ି ମାରୁଛି ବର୍ଷା ପାଣି। ଟିପି ଡ୍ୟାମ ରାସ୍ତା ଉପରେ ଥିବା ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି।
ସେପଟେ ମାଛକୁଣ୍ଡ ବିଦ୍ୟୁତ କେନ୍ଦ୍ରକୁ ଲମ୍ବିଥିବା ରାସ୍ତା ଉପରେ ମାଟି ଧସିଥିବାବେଳେ ଅନକାଡେଲି ପ୍ରାଥମିକ ସ୍କୁଲ ପାଚେରୀ ଭାଙ୍ଗିଯାଇଛି ଲଗାଣ ବର୍ଷାରେ।
କେବଳ ନବରଙ୍ଗପୁର କି କୋରାପୁଟ ନୁହେଁ। ରାୟଗଡ଼ା, ଗଜପତି, କଳାହାଣ୍ଡିରେ ବି ତାଣ୍ଡବ ରଚିଛି ଲଘୁଚାପ ବର୍ଷା। ରାୟଗଡ଼ାରାଉଳି ରେଳଷ୍ଟେସନ ନିକଟରେ ମାଟି ଅତଡ଼ା ଖସି ଟ୍ରେନ ସେବା ପ୍ରଭାବିତ ହୋଇଥିଲା। ସେପଟେ କାଶୀପୁର ବ୍ଲକର ଟିକିରି ଲାଞ୍ଜିଗଡ଼ ସାହିରେ ଘର ଭିତରେ ବନ୍ୟା ଜଳ ପଶିଯାଇଛି। ସେହିପରି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସଂଗୀନ ହୋଇପଡ଼ିଛି। ପାହାଡ଼ ଧସି କୁଜାସିଂ-ଅଜୟଗଡ ରାସ୍ତା ଅବରୋଧ ରହିବା ସହ କୁଜାସିଂ ପଞ୍ଚାୟତର ୩ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
ପାଣିପାଗ ବିଭାଗ କହିଛି, ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୪/୫ଦିନ ରାଜ୍ୟର ବହୁ ଜିଲ୍ଲାରେ ଲାଗିରହିବ ପ୍ରବଳ ବର୍ଷା। ସମ୍ଭାବ୍ୟ ସ୍ଥିତିକୁ ଦେଖି କାଲି ସକାଳ ଯାଏଁ ବୌଦ୍ଧ, ସୋନପୁର, କନ୍ଧମାଳ, ବଲାଙ୍ଗିର ଓ କଳାହାଣ୍ଡିକୁ ରେଡ୍ ୱାର୍ଣ୍ଣିଂ,ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ଅନୁଗୁଳ, ନୟାଗଡ଼, କଟକ ଏବଂ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଅପରପକ୍ଷେ ଉପରମୁଣ୍ଡରେ ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପୁଣି ଖୋଲିଛି ହୀରାକୁଦ ଡ୍ୟାମ୍। ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଗୋଟିଏ ଲେଖାଏଁ ଗେଟକୁ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)