Advertisment

ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଏହି ଅବପାତ ଏବେ ଆନ୍ଧ୍ରର ବିଶାଖାପାଟଣାଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୯୬୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୨୦ କିଲୋମିଟର ଏବଂ ପାରାଦୀପଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୬୦ କିଲୋମିଟର ଦୂରରେ ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଅବପାତର ରୂପ

ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ୱେଲ-ମାର୍କ ଲୋ ପ୍ରେସର। ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବା ସମ୍ଭାବନା ରହିଛି। ଏଥିସହ ସ୍ପଷ୍ଟ ହେବ ବାତ୍ୟା ଜଓ୍ୱାଦର ଗତିପଥ। ପୂର୍ବାନୁମାନ ଅନୁସାରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ। ରାଜ୍ୟରେ ବର୍ଷାର ପ୍ରକୋପ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି। ଗୋପାଳପୁରଠୁ ୧୦୨୦, ପାରାଦୀପଠୁ ୧୦୬୦ କିମି ଦୂରରେ ଅବପାତ ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ରେଡ୍ ଓ୍ୱାର୍ଣ୍ଣିଂ ଧାନ କାଟି ନେବାକୁ ସବୁଠି ଚାଷୀ ତରତର ଥିବାବେଳେ ସରକାରୀସ୍ତରରେ ପ୍ରସ୍ତୁତି ସମୀକ୍ଷା ବି ଚାଲିଛି। ଏଣେ ବାତ୍ୟାର ପ୍ରକୋପ ସମ୍ପର୍କରେ ଆଗୁଆ ସମୀକ୍ଷା କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ତାରିଖରୁ ୪ ତାରିଖ ସକାଳ ଯାଏଁ ୫ଟି ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଉଛି କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା। ଏହି ଜିଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୪ତାରିଖରେ ଏହି ୪ଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ଅର୍ଥାତ ଏସବୁ ଜିଲ୍ଲାରେ ପ୍ରବଳୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

Advertisment

ସେହିପରି ୪ତାରିଖ ସକାଳୁ ୫ ସକାଳ ଯାଏଁ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଥିବାବେଳେ ଖୋର୍ଦ୍ଧା, ନୟାଗ଼ଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଏବଂ ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ୫ ତାରିଖ ଦିନ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ। 

Odisha Weather Weather Update Cyclone Warning
Advertisment
Advertisment