• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟରେ କମିଛି ଶୀତ । ହେଲେ କଲବଲ କରୁଛି କୁହୁଡ଼ି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଦେଇଥିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଗଡ଼ି ଚଳାଚଳ ସ୍ୱାଭାବିକ ଭାବେ କରିପାରୁନାହିଁ । ଦୁର୍ଘଟଣା ହେବାର ଆଶଙ୍କା ରହିଛି ।

ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିଛି ଜନସାଧାରଣକୁ । ରାଜ୍ୟର ଏକାଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିଛି ମିଟର ପରେ ଆଉ ରାସ୍ତା ଦେଖା ଯାଉନଥିବାରୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି ।

ତା’ସହ ବହୁ ସମୟ ଧରି ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି ଫଳରେ ଶୀତ ବି ବଢ଼ିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଘନ କୁହଡ଼ି ପାଇଁ ଜାରି ହୋଇଛି ୧୪ ଜିଲ୍ଲାକୁ ୱାର୍ଣ୍ଣିଂ। ସେସବୁ ହେଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଭଳି ୧୪ ଜିଲ୍ଲା ।