Advertisment

Dense Fog: ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର

କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Fog

Fog

Advertisment

ଓଡ଼ିଶାକୁ ଫେରିଛି ଶୀତ ଲହରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଶୀତ ସହ ବଢୁଛି କୁହୁଡିର ମାତ୍ରା। ଆଜି ସକାଳୁ ସକାଳୁ ଟୁଇନ୍ ସିଟିପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ମୁହଁକୁ ମୁହଁ ଦିଶୁନି। ୫୦ ମିଟର ଦୂରରୁ ବି ରାସ୍ତାଘାଟ ଦେଖାଯାଉନି। ଏପରିକି ଶ୍ରୀମନ୍ଦିର ବି ଦୂରରୁ ଦୃଶ୍ୟମାନ ହେଉନି।

Advertisment

ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରିବ ଜାଡ଼ । ୨୪ ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଅନୁଗୁଳ, ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ନେଇ ପୂର୍ବରୁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୁହୁଡ଼ି ଯୋଗୁ ଟ୍ବିନ ସିଟିରେ ଦୃଶ୍ୟମାନ ଦୂରତା କମିଯାଇଥିଲା। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Advertisment

ଗତକାଲି ୧୦ ଡିଗ୍ରୀ ତଳେ ରହିଥିଲା ୯ ସହରର ତାପମାତ୍ରା । ସବୁଠୁ ଅଧିକ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି । ଗତ ୨୪ ଘଣ୍ଟାରେ ୫ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ପାଲଟିଛି । ସେହିଭଳି ସେମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି । କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Advertisment
Weather Puri Fog Twin City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ