Advertisment

୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର

ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି।  ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି  ।

author-image
Minati Mishra
weather Updates

weather Updates

ଭୁବନେଶ୍ୱର:  ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି।  ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି  । ଅବପାତ ଗତ ୬ ଘଣ୍ଟାରେ ୧୪ କିମି ବେଗରେ ଉପକୂଳ ମୁହାଁ ହେଉଛି। ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୫୮୦ କିମି ଦୂରରେ ରହିଛି। ଅବପାତ   ଆନ୍ଧ୍ରର କଳିଙ୍ଗପାଟନାମ୍ ଠାରୁ ୭୪୦ କିଲୋମିଟର ଦୂରରେ କେନ୍ଦିଭୂତ ହୋଇଛି।

Advertisment

ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସଂଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିପାରେ।  ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆଜିଠୁ ୨୮ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ।

ପ୍ରବଳ ବର୍ଷା ଓ ବନ୍ୟାକୁ ଆଖି ଆଗରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱ ତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବର୍ଷା ଏବଂ ଏହା ପରବର୍ତ୍ତୀ ବନ୍ୟା, ଭୂସ୍ଖଳନ ଓ ପବନ ଜନିତ କ୍ଷୟକ୍ଷତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି॥

Advertisment
Weather Update Odisha Weather News
Advertisment
Advertisment