Advertisment

ଦାନା ବାନ୍ଧୁଛି ବାତ୍ୟା, ତାମିଲନାଡ଼ୁ-ଚେନ୍ନାଇରେ ପ୍ରବଳ ବର୍ଷା

ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସ୍ପଷ୍ଟ ହୋଇନି ।

author-image
Satyendu Shekher Mishra
Heavy Rain

Heavy Rain

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଆଉ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତର ହେବାର ସମ୍ଭାବନା ରହିଛି। ୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସକାଳେ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ଛୁଇଁପାରେ। 

Advertisment

ଏହାର ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀ ଚେନ୍ନାଇ ସମେତ କାଞ୍ଚିପୁରମ୍, ସୋଲିଙ୍ଗାନାଲୁର, ପଲ୍ଲିକରନାଇ, ଥିରୁବଲ୍ଲୁର ଭଳି ତାମିଲନାଡୁର ବିଭିନ୍ନ ଜିଲ୍ଲା ଜଳାର୍ଣ୍ଣବ ହୋଇଛି। ଲୋକମାନଙ୍କ ଘରେ ପାଣି ପଶିଯାଇଛି। ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

ଏପରିକି ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତାମିଲନାଡୁରେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି NDRF ଟିମ୍ ମୁତୟନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସେହିପରି ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ସମ୍ମୁଖରେ ମଧ୍ୟ ବର୍ଷା ଯୋଗୁଁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ସେନେଇ ସ୍ପଷ୍ଟ ହୋଇନାହିଁ। 

Advertisment

Weather News Cyclone Alert Heavy Rain
Advertisment
Advertisment