• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଘୂର୍ଣ୍ଣିବଳୟ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।

ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ବର୍ଷା ହୋଇଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାରେ ବେଶୀ ବର୍ଷା ହୋଇନାହିଁ । ସେଠାରେ ବେଶୀ ବର୍ଷା ହେଲେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା କମ୍ ରହିଛି ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଅଧିକ ପଢନ୍ତୁ : ଗୋଟିଏର ସରିନି, ମାଡ଼ି ଆସିଲାଣି ଆଉ ଏକ ଲଘୁଚାପ; ୪ ଜିଲ୍ଲାକୁ ୱାର୍ଣ୍ଣିଂ ଦେଲେ SRC

ତେବେ ପ୍ରବଳ ବର୍ଷା ନେଇ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନିଭୂତ ହୋଇ ଧୀରେ ଧୀରେ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ। ସେହି ସମୟରେ ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପ୍ରବଳ ବର୍ଷା ଯୋଗୁଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ସହ ରାସ୍ତା ଓ ବ୍ରିଜ୍ ଉପରେ ବନ୍ୟାପାଣି ପ୍ରବାହିତ ହୋଇପାରେ । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ସଂପୃକ୍ତ ଅଞ୍ଚଳରେ ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC । ତଳିଆ ଅଞ୍ଚଳରେ ପାଣି ଜମିଲେ ବନ୍ୟାପାଣି ବାହାର କରିବାକୁ ପମ୍ପ ବ୍ୟବହାର ପାଇଁ କୁହାଯାଇଛି ।

ଯଦି ଆବଶ୍ୟକ ପଡ଼େ ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । ସେପଟେ ଏଯାଏଁ ସ୍ୱାଭାବିକ ରହିଛି ମୌସୁମୀ ବର୍ଷା । ଜୁନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇରେ ଭରପୂର ବର୍ଷିଛି । ପ୍ରାୟ ୯ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି IMD ଡିଜି ।

ଅଧିକ ପଢନ୍ତୁ : କୂଳ ଲଙ୍ଘୁଛି ସମୁଦ୍ର, ଭୟଭୀତ ଅବସ୍ଥାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଲୋକେ

OTV is now on Whatsapp

Join and get latest news update delivered to you via whatsapp

Join Now