• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାତ୍ୟାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌ । ଓଡ଼ିଶା ଉପକୂଳ ଛୁଇଁ ଚାଲିଯିବ ଆସୁଥିବା ବାତ୍ୟା । ସୃଷ୍ଟି ହୋଇଥିବା ଲଘୁଚାପ ୨୨ରେ ଅବପାତ ରୂପ ନେବ । ୨୩ରେ ଗଭୀର ଅବପାତ, ୨୪ରେ ବାତ୍ୟା ରୂପ ନେବ । ପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ଉତ୍ତରପୂର୍ବ ମୁହାଁଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବୋଲି ଆଶଙ୍କା ରହିଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ମୁଖ୍ୟ ସଚିବ ଡାକିଲେ ବୈଠକ । ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ । ବୈଠକରେ ଏସ୍‌ଆର୍‌ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।

ତେବେ ଏହି ବାତ୍ୟାର ନାଁ ସିତ୍ରାଙ୍ଗ ରହିବ । ଏହାର ପ୍ରଭାବ ଓ ଗତିପଥ ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଆଜି ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ ଆଉ ୨୪ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ ।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍‌ଆର୍‌ସି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।