• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବାତ୍ୟା ଗୁଲାବକୁ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ଗୁଲାବ । ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି । କୌଣସି କ୍ଷୟକ୍ଷତି ହୋଇନି । ଗଞ୍ଜାମ, ଗଜପତି, ରାୟଗଡ଼ାରେ ପବନ ବିଶେଷ ନାହିଁ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କାଁ ଭାଁ ହେଉଛି । ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ ବାତ୍ୟା ଗୁଲାବ ।

ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ । ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ । ତେବେ ଓଡ଼ିଶାରେ ପବନର ବେଗ କମିବ ବୋଲି ଅନୁମାନ କରାଯାଉଛି । ଅତି ବେଶିରେ ୫୦/୬୦ କିମି ବେଗରେ ବହିବ । ବର୍ତ୍ତମାନ ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ଆଇଏମ୍‌ଡିର ପୂର୍ବ ଆକଳନ ଅନୁଯାୟୀ, ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନୁଭୂତ ହେବ । ଅନ୍ୟପକ୍ଷରେ ବାତ୍ୟା ଗୁଲାବ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ଏହାବାଦ୍ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।