• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାତ୍ୟା ଦାନା ପ୍ରକୋପ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଅଧିକ ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବ ଟୁଇନ୍‌ ସିଟି ଭୁବନେଶ୍ବର, କଟକ ଏବଂ ପର୍ଯ୍ୟଟନ ସହର ପୁରୀରେ ସେତିକି ଦେଖିବାକୁ ମିଳିନି । ଏଥିଯୋଗୁଁ ସହରବାସୀ ଆଶ୍ବସ୍ତ ହୋଇଛନ୍ତି । ବାତ୍ୟାକୁ ନେଇ ପାଣିପାଗ ବିଭାଗ ଏହି ତିନି ସହରରେ ପ୍ରବଳ ବର୍ଷା ଓ ପବନ ବହିବା ନେଇ ପୂର୍ବାନୁମାନ କରିଥିଲା । ଏପରିକି ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଥିଲା ।

ବାତ୍ୟା ଦାନା ପ୍ରଭାବରେ ରାଜଧାନୀ ଭୁବନେଶ୍ବରର ଆକାଶ ଗତକାଲିଠାରୁ ମେଘୁଆ ରହିଥିଲା । ମଝିରେ ମଝିରେ ଝିପିଝିପି ବର୍ଷା ଲାଗି ରହିଥିଲା । ହେଲେ ବର୍ଷା ଓ ପବନର ପ୍ରକୋପ ନ ଥିଲା । ସେହିପରି କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପୁରୀରେ ପାଗ ମେଘୁଆ ରହିବା ସହ ଅଳ୍ପ ବର୍ଷା ହୋଇଥିଲା । ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଥିଲା । ଏପରିକି ଭୁବନେଶ୍ବର, କଟକ, ପୁରୀରେ ତଳୁଆ ଅଞ୍ଚଳର ଲୋକଙ୍କୁ ନେଇ ଆଶ୍ରୟସ୍ଥଳରେ ରଖାଯାଇଥିଲା । ଭୀଷଣ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ବାତ୍ୟା ଦାନାର ପ୍ରଭାବ ଏହି ତିନି ସହରରେ ସେହିଭଳି ପଡ଼ିନଥିବାରୁ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତ ହୋଇଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now