Advertisment

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା

ସୁନ୍ଦରଗଡ଼ର କୋଇଡ଼ାରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି। ଘନ କୁହୁଡ଼ି ସାଙ୍ଗକୁ କୋଇଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବଣାଇରେ ମଧ୍ୟ ଘନ କୁହୁଡ଼ି ଦେଖାଦେଇଛି। ପାଖକୁ ପାଖ ଦେଖାଯାଉନି।

author-image
Chandan Shishu
ଅଦ୍ୟତନ ହୋଇଛି
cold wave Alert

cold wave Alert

ଭୁବନେଶ୍ୱର: ରାଜ୍ୟରେ ଧୀରେଧୀରେ ବଢ଼ିଲାଣି ଥଣ୍ଡା। ଗତ ୨୪ ଘଣ୍ଟା ଭିତରେ ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ସହ ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ପାଲଟିଛି। ସେହିପରି ଫୁଲବାଣୀରେ ୧୧.୫, କୋରାପୁଟରେ ୧୨, କେନ୍ଦୁଝରରେ ୧୩, ଭବାନୀପାଟଣା ଏବଂ ଝାରସୁଗୁଡାରେ ୧୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଟିଟଲାଗଡ ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡ଼ିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ୧୭.୪  ଏବଂ କଟକରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ସୁନ୍ଦରଗଡ଼ର କୋଇଡ଼ାରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେଇଛି। ଘନ କୁହୁଡ଼ି ସାଙ୍ଗକୁ କୋଇଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ବଣାଇରେ ମଧ୍ୟ ଘନ କୁହୁଡ଼ି ଦେଖାଦେଇଛି। ପାଖକୁ ପାଖ ଦେଖାଯାଉନି। ତେବେ ଆଗାମୀ ଦୁଇ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ପୂର୍ବ ଦିଗରୁ ଉଷ୍ମ ଏବଂ ଆଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ।

Advertisment

ଫଳରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ସମ୍ଭାବନା ରହିଛି। ଏଥିସହ କିଛି ଅଞ୍ଚଳରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା ୧୧ ଏବଂ ୧୨ ତାରିଖ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Weather Update Winter In Odisha Weather In Odisha
Advertisment
Advertisment