• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାରା ରାଜ୍ୟରେ ଜାରି ରହିଛି ଥଣ୍ଡା । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ । ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳି ଦେଇଛି । ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି । ସେପଟେ କୁହୁଡି ଯୋଗୁଁ କିଛି କିଛି ସ୍ଥାନରେ ରାସ୍ତା ଦୃଶ୍ୟମାନ ହେଉନଥିବା ମଧ୍ୟ ଦେଖିବାକୁ ମିଳିଛି ।

ରାତିର ତାପମାତ୍ରା ଧିରେ ଧିରେ ବଢ଼ିବାର ଲାଗିଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ଗୋପାଳପୁର ଆଦି ସ୍ଥାନରେ ସ୍ୱାଭାବିକ ତାପମାତ୍ରା ୦.୫ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକା ରହୁଛି । ଭୋର ସମୟରେ ଅଧିକ କୁହୁଡ଼ି ଦେଖିବାକୁ ମିଳୁଛି ।

ଭଦ୍ରକ, ପୁରୀ, ନୟାଗଡ଼, କୋରାପୁଟ, ବଲାଙ୍ଗୀର, ଯାଜପୁର, ଅନୁଗୁଳ, କଳାହାଣ୍ତି, କନ୍ଧମାଳ, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡ଼ା ଆଦି ସ୍ଥାନରେ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଉପରେ ରହୁଛି । ରାଉରକେଲା ଓ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିଲା ।

ରାଜ୍ୟରେ ହାଡ଼ଭଙ୍ଗା ଶୀତ ସହ କୁହୁଡିର ଲହରି ଜାରି ରହିଛି । ଅନେକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଓଡ଼ିଶାର ଥଣ୍ଡାର ସହର କୋରାପୁଟରେ ପ୍ରବଳ କୁହୁଡି ଦେଖାଦେଇଛି । କୋରାପୁଟ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି ।