ଆଜି ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ ଭୁବନେଶ୍ୱର। ଅପରାହ୍ନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧.୨ଂ। ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ। ସେହିପରି ସମ୍ବଲପୁର ୪୦.୨, ଚାନ୍ଦବାଲି ୪୦, ଝାରସୁଗୁଡ଼ା ୩୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ଆଜି ସକାଳ ହେବା ମାତ୍ରେ ଭୁବନେଶ୍ୱରରେ ଗରମ ଅନୁଭୂତ ହେଉଥିଲା। ତେବେ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।
ଆସନ୍ତା ୨୫ ତାରିଖ ଅର୍ଥାତ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନେକ ଜିଲ୍ଲାରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।
ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) April 23, 2022
ଭୁବନେଶ୍ୱର: ୪୧.୨ ଡ଼ିଗ୍ରୀ
ସମ୍ବଲପୁର: ୪୦.୨ ଡ଼ିଗ୍ରୀ
ଚାନ୍ଦବାଲି: ୪୦ ଡ଼ିଗ୍ରୀ
ଝାରସୁଗୁଡା: ୩୯.୫ଡ଼ିଗ୍ରୀ
ହୀରାକୁଦ: ୩୮.୮ଡ଼ିଗ୍ରୀ
କେନ୍ଦୁଝର: ୩୮.୬ଡ଼ିଗ୍ରୀ
ବାଲେଶ୍ୱର: ୩୭.୪ଡ଼ିଗ୍ରୀ
ପୁରୀ: ୩୨.୪ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୨ଡ଼ିଗ୍ରୀ
ଗୋପାଳପୁର: ୨୯.୮ଡ଼ିଗ୍ରୀ
ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ୧୦ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ଗଜପତି, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଛି।