• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା ।

  • ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି ।

  • ରାଜ୍ୟରେ ଆଗକୁ ମରୁଡ଼ି ।

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା । ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ସହ ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼, କଟକ ଓ ଯାଜପୁର ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ ରହିବାକୁ SRC ଚିଠି ଲେଖି ଜଣାଇଛନ୍ତି ।

ଏପଟେ ବର୍ଷା ନେଇ ପାଣିପାଗ ବିଭାଗ ବର୍ତ୍ତମାନ ୟେଲୋ ୱାର୍ଣ୍ଣିଂ ଜାରି କରୁଥିବା ବେଳେ ଭବିଷ୍ୟତରେ ରାଜ୍ୟରେ ବଡ଼ ମରୁଡ଼ି ଆଶଙ୍କା ମଧ୍ୟ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ବିଶେଷ କରି ମୌସୁମୀ ସକ୍ରିୟ ହେବା ପରେ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ । କିନ୍ତୁ ଚଳିତ ବର୍ଷ ୪ଟି ଲୋ ପ୍ରେସର ବର୍ତ୍ତମାନ ସୁଦ୍ଧା ଫର୍ମେସନ ହୋଇଥିଲେ ମଧ୍ୟ ଗୋଟିଏ ଲୋ ପ୍ରେସରର ପ୍ରଭାବ ଓଡିଶା ଉପରେ ରହିଥିଲା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏବେ ବି ବର୍ଷା ହେବାର ସମୟ ଅଛି । ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦେଉଛନ୍ତି । ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାର୍ଡି କହିଛନ୍ତି ।