• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳବୈଶାଖୀର ତାଣ୍ଡବ । ଚିଲିକାରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ଘଟଣାରେ ଜଣେ ନିଖୋଜ ଥିବା ବେଳେ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।ପ୍ରବଳ ବର୍ଷା ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡ଼ିଥିବା ଅନୁମାନ କରାଯାଉଛି । କାଳିଜାଇରୁ ଫେରିବା ବେଳେ କାଳବୈଶାଖୀ ଝଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଥିଲେ । ସେଥିରୁ ଜଣେ ନିଖୋଜ ଅଛନ୍ତି ।

ସୌଭାଗ୍ୟ ବସତଃ ଏକ ପୋଲିସ ଟିମ୍‌ ଚିଲିକା ବୁଲିବାକୁ ଯାଇଥିଲେ । ସେମାନେ ଡଙ୍ଗା ବୁଡ଼ିବା ସ୍ଥାନ ପାଖାପାଖି ବୁଲୁଥିଲେ । ତେଣୁ ଡଙ୍ଗା ବୁଡ଼ିବା ଦେଖି ସେମାନେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଏହାସହ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକ ଓ ଅନ୍ୟ ଡଙ୍ଗା ଚାଳକଙ୍କ ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ୧୧ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି, ସେ ଜଣେ ସ୍ଥାନୀୟ ଦୋକାନୀ ବୋଲି କୁହାଯାଉଛି ।