Advertisment

ବଢ଼ୁଛି ନଦୀର ଜଳସ୍ତର ! ସକାଳ ୧୦ଟା ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବ ୬ଲକ୍ଷ କ୍ୟୁସେକ ବନ୍ୟାଜଳ

ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।

ଅଦ୍ୟତନ ହୋଇଛି
Baitarani River In Flood Situation

Baitarani River In Flood Situation

Advertisment

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର । ବୌଦ୍ଧ ଜିଲ୍ଲା ଖଇରମାଳରେ ୫ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଏଣୁ କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ପାଖାପାଖି ୬ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବ। ଏଥିଲାଗି ଜଳସେଚନ ବିଭାଗ ସତର୍କ ରହିଥିବ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ଯାଜପୁର ଓ ଭଦ୍ରକରେ ବନ୍ୟା ସ୍ଥିତି ସମୀକ୍ଷା ଲାଗି ସିନିୟର୍ ଅଫିସରଙ୍କୁ ପଠାଯାଇଛି । ଯେହେତୁ ସନ୍ଧ୍ୟା ସୁଦ୍ଧା ଆଖୁଆପଦା ରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।

Advertisment

ଅଧିକ ପଢ଼ନ୍ତୁ: ଭାସିଲାଣି ବୌଦ୍ଧ ! ଫୁଲବାଣୀ-ସୋନପୁର ଉବୁଟୁବୁ

ସେପଟେ ମହାନଦୀରେ ଜଳସ୍ତର ବଢିଲେ ବି ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଲଗାଣ ବର୍ଷାରେ ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବାପରେ ରାଜଘାଟ ଠାରେ ବିପଦ ସଂକେତ ପାର କରିଛି। ଦିନ ୧୧ ଟା ସୁଦ୍ଧା ୩୯.୧୪ରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଗକୁ ବନ୍ୟା ଜଳ ବଢିବାର ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଆଶଙ୍କା ରହିଥିବାରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ଯୋଜନା କରିଛି ଜିଲ୍ଲା ପ୍ରଶାସନ ।

Advertisment

ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ନଦୀ ନାଳ ଫୁଲିବାରେ ଲାଗିଛି। ହରିଚନ୍ଦନପୁର ବଡ ପଳାଶପାଳ ପଞ୍ଚାୟତରେ ପ୍ରବଳ ବର୍ଷା ଫଳରେ ମୁସଳ ନଦୀରେ ବନ୍ୟା ଆସିଛି। ରାଣିପଦା ଠାରୁ କହେଁଇଗୋଳା ରାସ୍ତାର ସାରେଇ ଗାଁ ନିକଟରେ ୪ ଫୁଟର ପାଣି ଚାଲୁଛି। ଫଳରେ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗାଁରେ ଥିବା ଆଶ୍ରମ ସ୍କୁଲ ଓ ଅଙ୍ଗନୱାଡିକୁ କୌଣସି ସାମଗ୍ରୀ ମଧ୍ୟ ପହଞ୍ଚି ପାରୁନାହିଁ । ବନ୍ୟା ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ବର୍ଷା ବିତ୍ପାତ ! ଚଳନ୍ତା କାର ଯାଇ ସିଧା କେନାଲରେ ପଡ଼ିଲା

Weather Update Baitarani River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ