Another Norwester Coming To Odisha
ରାଜ୍ୟରେ ଗୋଟିଏ ପଶ୍ଚିମା ଝଡ଼ର ତାଣ୍ଡବ ନସରୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼। ଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ।
ଦେଖନ୍ତୁ ଫଟୋ | ଥିଲା ଥିଲା ହଠାତ୍ ବର୍ଷିଲା : ରାସ୍ତାରେ ଗଦା ହେଲା ଅଧ କିଲିଆ କୁଆପଥର
ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା, ଝଡ଼ ତୋଫାନ ସାଙ୍ଗକୁ ଅତର୍କିତ କୁଆପଥର ମାଡ଼ର ପ୍ରଭାବ ଚାଷ କ୍ଷେତ ଉପରେ ପଡ଼ିଛିା କେଉଁଠି ଫସଲ ନଷ୍ଟ ହୋଇଛି ତ ଆଉ କେଉଁ ପନିପରିବା ଚାଷ ନଷ୍ଟ ହୋଇଛି। ଯାହା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
କେଉଁଠି ତରଭୁଜ ତ କେଉଁଠି ବନ୍ଧା କୋବି ସହ ଅନେକ ପରିବା ଚାଷ ନଷ୍ଟ ହୋଇଛିା ବିଶେଷ ଭାବେ ଯାଜପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲା ରେ ଚାଷୀଙ୍କ ଶହ ଶହ ଏକର ଚାଷ ଜମିରେ ଫସଲ କୁଆପଥର ମାଡ଼ରେ ନଷ୍ଟ ହୋଇଛିା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1679452985.jpg)