Advertisment

ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା; ୧୭ରୁ ଉପକୂଳରେ ପୁଣି ବର୍ଷିବ

୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା।  ବର୍ଷା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି  ବର୍ଷା ହେବ।

author-image
Minati Mishra
ଅଦ୍ୟତନ ହୋଇଛି
IMD DG

IMD DG

ଭୁବନେଶ୍ୱର:ଗୋଟିଏ ଲଘୁଚାପ ଯାଇନି। ପୁଣି ମାଡ଼ି ଆସୁଛି ଆଉ ଏକ ବର୍ଷା ବିତ୍ପାତ। ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଦେଖାଦେଇଛି । ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

ସେ କହିଛନ୍ତି, ୧୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା।  ବର୍ଷା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି  ବର୍ଷା ହେବ।

ଆଜି ବର୍ଷା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଗଭୀର ଅବପାତ ଆଜି ଚାନ୍ଦବାଲିଠାରେ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି କାଲି ଛତିଶଗଡ଼ ଛୁଇଁବ। ଏହାର ପ୍ରଭାବରେ କ୍ରମେ ଉପକୂଳରେ ବର୍ଷା କମିବ, କିନ୍ତୁ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧରେ ପ୍ରବଳ ବର୍ଷିବ ବୋଲି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Advertisment

 ଲଘୁଚାପ ପ୍ରଭାବରେ ଗତ ୩୬ ଘଣ୍ଟାରେ ଯେଭଳି ବର୍ଷା ହୋଇଛି, ତାହା ଅଧା ରାଜ୍ୟବାସୀଙ୍କ ଜନଜୀବନକୁ ହନ୍ତସନ୍ତ କରିଦେଇଛି। ତଥାପି କମୁନି ବର୍ଷାର ପ୍ରକୋପ। ପାଞ୍ଚ ଜିଲ୍ଲାକୁ ଆଜି ପାଇଁ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି। ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୧୦ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ। ସେହିପରି ୯ ଜିଲ୍ଲା ଯଥା- ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା ଏବଂ ରୁଷିକୂଲ୍ୟା ନଦୀର ଜଳ ସ୍ତର ଫୁଲୁଛି। 

ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଦିନର ବର୍ଷାରେ ୮୭ ବର୍ଷର ପୁରୁଣା ରେକର୍ଡ ପୁରୀ ଭାଙ୍ଗିଛି। ପାରାଦୀପରେ ୨୧୯ ମିମି ଓ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ ହୋଇଛି। ୧୨ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ ବର୍ଷା ରେକର୍ଡ କରାଯାଇଛି। ସେହିପରି ୬୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର।

Weather Weather Forecast
Advertisment
Advertisment