Advertisment

ସମୁଦ୍ରକୁ ଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: SRC

ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି।

ଅଦ୍ୟତନ ହୋଇଛି
Sea Beach

Sea Beach

Advertisment

ବାତ୍ୟା ଅସାନି ପାଇଁ ମତ୍ସ୍ୟଜୀବୀଙ୍କୁ SRCଙ୍କ କଡ଼ା ନିର୍ଦ୍ଦେଶ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। କେହି ନିର୍ଦ୍ଦେଶ ଅମାନ୍ୟ କଲେ ବିପର୍ଯ୍ୟୟ ଆଇନରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାରଣ ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିବାରୁ ଚେତାବନୀ ଦିଆଯାଇଛି। ବାତ୍ୟା ନେଇ ଆଲର୍ଟ କରାଯାଇଥିଲେ ବି ଅନେକ ବେପରୁଆ ଭାବେ ସମୁଦ୍ରକୁ ଯିବାର ଦେଖିବାକୁ ମିଳୁଛି। ଏପରିକି ମାଛ ଧରାଳୀ ତଥା ମତ୍ସ୍ୟଜୀବୀମାନେ ବାରଣ ସତ୍ତ୍ୱେ ମାଛ ଧରୁଛନ୍ତି।

Advertisment

ବେପରୁଆ ତଥା ଅମାନିଆଙ୍କୁ ବିପର୍ଯ୍ୟୟ ଆଇନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଏସଆରସି।  ଗୋପାଳପାଳପୁର ଆର୍ଯ୍ୟପଲ୍ଲୀ ନିକଟରେ ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ। ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । 

ବାତ୍ୟା  ଖବର : ସମୁଦ୍ରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ

ସେହିପରି ଗତକାଲି ଗଂଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ମାଛ ଧରିବାକୁ ଯାଇ ୧୧ ମତ୍ସ୍ୟଜୀବୀ ଫସିଯାଇଥିଲେ। ମାଛ ଧରିବାକୁ ଯାଇଥିଲେ, ଫେରିଲା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ସେମାନେ ଗଭୀର ସମୁଦ୍ରରେ ଫସିଯାଇଥିଲେ। ସେଠାରୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ଯୋଗେ ଏୟାରଲିପ୍ଟିଂ କରାଯାଇଥିଲା। 

Advertisment
SRC Cyclone Asani Cyclone Impact In Odisha Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ