Advertisment

ମାଛମାରି ଫେରିବା ସମୟରେ ବୁଡ଼ିଲା ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ବାତ୍ୟା ଉପକୂଳ ଛୁଇଁବନି ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଧୀରେ ଧିରେ ତା’ର ପ୍ରଭାବ ଦେଖାଇଲାଣି । ସମୁଦ୍ର ଅଶାନ୍ତ ହୋଇ ଉଠୁଛି । ଏହି କ୍ରମରେ ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଏକ ଡଙ୍ଗା ବୁଡି ଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
boat

boat

ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଡଙ୍ଗା ବୁଡି । ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଡଙ୍ଗା ବୁଡି ଯିବାରୁ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସିଯାଇଛି ।

Advertisment

ସେପଟେ ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୋପାଳପୁର ଉପକୂଳ ଠାରୁ ସବୁଠୁ କମ୍‌ ଦୂରତା ଦେଇ ଯିବ ବାତ୍ୟା। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ।

Arjyapalli Boats Capsized Chatrapur
Advertisment
Advertisment