/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701334267.jpg)
Weather Update
୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା । ବାତ୍ୟା ସଂପର୍କରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସୁଦୃଶ୍ୟ ଲଘୁଚାପଟି ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେଇପାରେ । ପରବର୍ତ୍ତୀ ସମୟରେ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତରଣ ସମ୍ଭାବନା ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଏହାର ପ୍ରଭାବରେ ପହିଲାରୁ କେନ୍ଦ୍ରୀୟ ବଙ୍ଗୋପ ସାଗର ତଥା ତତ ସଂଲଘ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବୋହିପାରେ । ୨ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ । ଡିସେମ୍ବର ୧ ରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରା ଯାଇଛି । ଯେଉଁମାନେ ଯାଇଛନ୍ତି, ସେମାନଙ୍କୁ ଫେରି ଆସିବାକୁ ଅନୁରୋଧ କରା ଯାଇଛି ।
କୃଷକମାନଙ୍କ ପାଇଁ ଏ ସମ୍ପର୍କିତ ସତର୍କ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଚିଥିବା ଧାନକୁ କାଟି ଆଣିବାକୁ କୁହାଯାଇଛି । ମେଘୁଆ ପାଗ ଯୋଗୁଁ ସମ୍ଭାବ୍ୟ ରୋଗପୋକ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ତେବେ ପବନକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବା ବେଳେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)