Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୨ ଜିଲ୍ଲାକୁ ୱାର୍ଣ୍ଣିଂ

ଗତକାଲି(ସୋମବାର) ହୋଇଥିବା  ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଏବଂ ପରଦିନ ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

author-image
Chandan Shishu
ଅଦ୍ୟତନ ହୋଇଛି
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୨ ଜିଲ୍ଲାକୁ ୱାର୍ଣ୍ଣିଂ

Heavy Rainfall

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ଗତକାଲି ହୋଇଥିବା  ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Advertisment

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଏବଂ ପରଦିନ ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ।

Advertisment

ସେପଟେ ପ୍ରବଳ ବର୍ଷା ଯୋଗୁଁ  ଦିଲ୍ଲୀରେ ଜନଜୀବନ ପ୍ରଭାବିତ ହୋଇଛି। ଆଜି(ମଙ୍ଗଳବାର) ସକାଳୁ ଜାତୀୟ ରାଜଧାନୀ ସହରରେ ବର୍ଷା ଲାଗି ରହିଛି। ଭୋରରୁ ଦିଲ୍ଲୀର କନ୍ନଟ ପ୍ୟାଲେସ, ଧୌଲା କୁଆଁ, କୌଟିଲ୍ୟ ମାର୍ଗରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ଉଲାନ ବଟର ମାର୍ଗରେ ବସ୍ ଭିତରେ ପଶିଗଲା ବର୍ଷା ପାଣି। ସେହିପରି ମଥୁରା ରୋଡ୍‌ରେ ପାଣି ଜମି ରହିଛି।

ପାଣିପାଗକୁ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଗତବର୍ଷ ଦେଶରେ ସାଧାରଣ ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏଯାବତ୍ ସାଧାରଣ ଠାରୁ୧ ପ୍ରତିଶତ କମ୍ ପରିମାଣର ବର୍ଷା ହୋଇଛି। କିନ୍ତୁ ଜାମ୍ମୁ-କାଶ୍ମିର ଓ ହିମାଚଳ ପ୍ରଦେଶ ଅଧିକ ପରିମାଣର ବର୍ଷା ହୋଇଛି।

Odisha News IMD Forecast Yellow Warning Heavy Rainfall Alert
Advertisment
Advertisment