Advertisment

୨୪ ଘଣ୍ଟାରେ ବଙ୍ଗୋପସାଗରେ ଲଘୁଚାପ, ବାତ୍ୟାର ରୂପ ନେବ କି?

ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ କହିଲେ କଣ?

author-image
Chandan Shishu
ଅଦ୍ୟତନ ହୋଇଛି
WeatherUpdate

WeatherUpdate

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ। ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି।

Advertisment

ତେବେ ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ଆକଳନ କରାଯାଇନି। ଏଯାଏ ବାତ୍ୟା ଆକଳନ ହୋଇନି। ଏନେଇ ଓଟିଭିକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। 

Advertisment

ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ୧୦ ମାର୍ଚ୍ଚରେ ଦକ୍ଷିଣ ବଙ୍ଗୋପସାଗରରେ ତତସଂଲଗ୍ନ ଭାରତମହାସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ୧୩ ତାରିଖ ବେଳକୁ ଏହା ଭାରତ ମହାସାଗରରେ ସକ୍ରିୟ ରହିଥିଲା। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ତେବେ ବାତ୍ୟା ନେଇ କୌଣସି ସୂଚନା ପାଣିପାଗ ପକ୍ଷରୁ ଦିଆଯାଇନାହିଁ। 

ସେ ଆହୁରି କହିଛନ୍ତି ଯେ ପୂର୍ବ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ମାର୍ଚ୍ଚ ମାସରେ ହୋଇଥିବା ବାତ୍ୟା ଓଡ଼ିଶାରେ ପ୍ରଭାବ ରହେନାହିଁ। କାହିଁକିନା ବାୟୁମଣ୍ଡଳର ଉପର ଭାଗରେ ପବନର ଯେଉଁ ପ୍ରଭାବ ରହିଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାର ଅନୁକୂଳ ରହିନଥାଏ। 

Weather Forecast Weather In Odisha
Advertisment
Advertisment