ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଆଉ ଏହି ଘୂର୍ଣ୍ଣିବଳୟ କାଳକ୍ରମେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବ ଲଘୁଚାପ । ତେବେ ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।
Also Read
#ସୃଷ୍ଟି ହେଲା #ଘୁର୍ଣ୍ଣିବଳୟ
— Meteorological Centre, Bhubaneswar (@mcbbsr) October 17, 2022
ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେଏକ #ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧କିମି ଯାଏଁ ବ୍ୟାପିଛି ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ #୨୦ତାରିଖ ବେଳକୁ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି | pic.twitter.com/x3j3Sqy4iI
ଅଧିକ ପଢ଼ନ୍ତୁ: ଘୁର୍ଣ୍ଣିବଳୟର ପରବର୍ତ୍ତୀ ରୂପ କଣ: ବଡ଼ ବର୍ଷା ନା ବାତ୍ୟା?
ଅନ୍ୟପଟେ ଆଜି ରାଜ୍ୟ ରେ ଆଜି ପାଗ ସମ୍ପୂର୍ଣ୍ଣ ଶୁଖିଲା ଥିବା ବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ଏପଟେ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଜି ଆଂଶିକ ମେଘାଚ୍ଛନ୍ନ ରହିବ । କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହୋଇପାରେ । ଦିନର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ରହିବ ବୋଲି ସୂଚନା ମିଳିଛି ।