• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ୟା ଓ ବର୍ଷା ସଂପର୍କରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା । ହୀରାକୁଦର ୪ ଗେଟ୍ ଖୋଲା, ରାତି ୮ଟା ସୁଦ୍ଧା ଜଳସ୍ତର ୬୨୦.୫୮ ଫୁଟ୍ ରହିଛି । ହୀରାକୁଦରେ ପ୍ରବେଶ କରୁଛି ୧.୪୦ ଲକ୍ଷ କ୍ୟୁସେକ ଜଳ ଏବଂ ନିଷ୍କାଷିତ ହେଉଛି ୧.୦୨ ହଜାର କ୍ୟୁସେକ୍‌ ଜଳ । ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ମୁଣ୍ଡଳିରେ ଏବେ ୮.୩୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବରମୂଳ, ଖଇରମାଳରେ ଜଳସ୍ତର ଖସୁଛି । ତେଣୁ ମୁଣ୍ଡଳିରେ ଧୀରେ ଧୀରେ ପାଣି ଖସିବ । କିଛି ତଳିଆ ଅଞ୍ଚଳରେ ଜଳସ୍ତର କମିଲାଣି, ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅବପାତ ଯୋଗୁଁ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ବର୍ଷା ହୋଇଛି । ବୁଢ଼ାବଳଙ୍ଗ ବଢୁଛି, କାଲି ସକାଳ ୯ଟା ସୁଦ୍ଧା ବିପଦ ସଙ୍କେତ ଟପିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ଅନ୍ୟପଟେ ଆନନ୍ଦପୁରରେ ବୈତରଣୀ, କାଶୀନଗରରେ ବଂଶଧାରା ବିପଦ ସଙ୍କେତ ଉପରେ ରହିଛି । ଆଗାମୀ ୨ ଦିନ ଭିତରେ ସ୍ୱାଭାବିକ ସ୍ଥିତି ଫେରିଯିବ କହିଛନ୍ତି EIC ।