Advertisment

ଲ୍ୟାଣ୍ଡଫଲ୍ ବେଳେ ଭୂସ୍ଖଳନ ଆଶଙ୍କା ! ୧୬ ହଜାର ଲୋକ ସ୍ଥାନାନ୍ତରିତ

ବାତ୍ୟା ଗୁଲାବ ପାଇଁ ପୁରୀରେ ୬ ନମ୍ବର, ପାରାଦୀପରେ ୩ ନମ୍ବର ଓ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ବାତ୍ୟା ଗୁଲାବ୍ ଦ୍ୱାରା ବିଶେଷ ପ୍ରଭାବିତ ହେବ। ଏହି ୪ ଜିଲ୍ଲା ଏହି ୪ ଜିଲ୍ଲା ସମେତ ମୋଟ୍ ୧୪ ଜିଲ୍ଲାକୁ ସଜାଗ୍ କରିଛନ୍ତି ରାଜ୍ୟ ସରକାର।

author-image
Chandan Shishu
ଅଦ୍ୟତନ ହୋଇଛି
Gopalpur Sea beach

Gopalpur Sea beach

ଭୁବନେଶ୍ୱର: ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ ପୂର୍ବରୁ ଗଜପତି ଜିଲ୍ଲାରେ ଅଘଟଣ। ଗୁମ୍ମା ବ୍ଳକରେ ରାସ୍ତା ଉପରକୁ ଧସିଛି ମାଟି ଅତଡ଼ା। ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତାରେ ସମସ୍ୟା ଉପୁଜିଛି। ଜିଲ୍ଲା ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ସ୍ଥିତି ସ୍ୱାଭାବିକ କରିବାରେ ଲାଗିଛନ୍ତି। ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଞ୍ଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ରାଇପାଙ୍କା ପଞ୍ଚୟତର କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ଟି ଘରକୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିବା ବେଳେ କେ.ସୀତାପୁର ସ୍କୁଲରେ ମଧ୍ୟ ଶତାଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି।

Advertisment

ଗଜପତି ଜିଲ୍ଲାପାଳ ନିଜେ କେ.ସୀତାପୁର ବାତ୍ୟା ଆଶ୍ରୟସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲ୍ଲାରେ ୫୫ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି। ମୁଖ୍ୟତଃ ଗର୍ଭବତୀ ମହିଳା, ଛୋଟ ପିଲା ଓ ବୃଦ୍ଧ ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଛି।ସବୁଠି ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେପଟେ ବାତ୍ୟା ମୁକାବିଲା ପାଇଁ ପାରଳାଖେମୁଣ୍ଡି ବ୍ଲକ୍‌ରୁ ଏନଡିଆରଏଫ୍ ଟିମକୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଇଛି। ଅଦ୍ୟାବଧି ପ୍ରାୟ ୧୬ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି। ଭଞ୍ଜନଗର ସୋରଡ଼ା-ଦାରିଙ୍ଗିବାଡ଼ି ଘାଟି ରାସ୍ତା ସିଲ୍‌ କରାଯାଇଛି। ଭୂସ୍ଖଳନ ଆଶଙ୍କାରେ ଗାଜଲବାଡ଼ିରେ ସିଲ କରିଛି ପ୍ରଶାସନ। ବ୍ୟାରିକେଡ ମାଧ୍ୟମରେ ରାସ୍ତା ସିଲ କରାଯିବାରୁ ଯାତାୟାତ ବନ୍ଦ ହୋଇଛି।

ବାତ୍ୟା ଗୁଲାବ ପାଇଁ ପୁରୀରେ ୬ ନମ୍ବର, ପାରାଦୀପରେ ୩ ନମ୍ବର ଓ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ବାତ୍ୟା ଗୁଲାବ୍ ଦ୍ୱାରା ବିଶେଷ ପ୍ରଭାବିତ ହେବ। ଏହି ୪ ଜିଲ୍ଲା ଏହି ୪ ଜିଲ୍ଲା ସମେତ ମୋଟ୍ ୧୪ ଜିଲ୍ଲାକୁ ସଜାଗ୍ କରିଛନ୍ତି ରାଜ୍ୟ ସରକାର। ଯଦିଓ ପବନର ବେଗ ସେତେଟା ଅଧିକ ରହିବ ନାହିଁ କିନ୍ତୁ ପାହାଡିଆ ଓ ତଳି ଅଚଂଳରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମୋଡ୍‌ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏଥିସହିତ ଆସନ୍ତାକାଲି ୧୧ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Odisha Evacuation Cyclone Gulab
Advertisment
Advertisment